Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
Submitted by editor on Fri, 10/28/2022 - 19:52

ବରଗଡ଼( ବରଗଡ଼) ୨୮/୧୦ – ଜ୍ଞାନ ଅର୍ଜନ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସିମୀତ ନୁହେଁ । ଆମ ଚାରିପାଖର ପରିବେଶ ରୁ ଆମେ ଅନେକ କଥା ଜାଣିଥାଉ  ଏବଂ ଶିଖିଥାଉ । ଜୀବନରେ କେବେ ମଧ୍ୟ ବିଦ୍ୟାଳୟରେ ପାଦ ଥାପି ନ ଥିବା ଏହିପରି ଅନେକ ବ୍ୟକ୍ତି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି ଯାହାର ଅନେକ ଉଦାହରଣ ରହିଛି । ସେମାନଙ୍କ ଜୀବନ ଦର୍ଶନକୁ ଅଧ୍ୟୟନ କରିବା ସହ ସେମାନଙ୍କ ଠାରୁ କିଛିଟା ଶିକ୍ଷା ଲାଭ କରି ପାରିଲେ ଆମକୁ ଆମ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ସୁଗମ ହୋଇପାରିବ ବୋଲି ବରିଷ୍ଠ ବୈଜ୍ଞାନିକ ପବନ କୁମାର ଅଗ୍ରୱାଲ କହିଛନ୍ତି ।ବରଗଡ଼ ବରଗଡ଼ ଜିଲ୍ଳା ଅତାବିରା ବ୍ଳକ ଅନ୍ତର୍ଗତ ଲସ୍ତଲା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିରୋ ପରିଅଡ଼ ଅବସରରେ ଗଣଦୃଷ୍ଟି ପକ୍ଷରୁ ଆୟୋଜିତ ‘ପାଠଶାଳା’ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ ( ଡ଼ିଆରଡ଼ିଓ) ର ବରିଷ୍ଠ ବୈଜ୍ଞାନିକ ତଥା ଲସ୍ତଲା ହାଇସ୍କୁଲର ପୂର୍ବତନ ଛାତ୍ର ପବନ କୁମାର ଅଗ୍ରଓ୍‌ôାଲ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ବିତାଇ ନିଜ ଜୀବନର ଅନୁଭୂତି ବାଂଟିଥିଲେ । ନିଜର ରୁଚିଥିବା ଯେ କୌଣସି କ୍ଷେତ୍ରରେ ସଫଳ ହେବା ପାଇଁ ନିଷ୍ଠା, ପରିଶ୍ରମ ଓ ଇଚ୍ଛାଶକ୍ତି ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । BGHBGHଗଣଦୃଷ୍ଟିର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ପ୍ରାକ୍ତନ ଜିଲ୍ଳା ଭାରପ୍ରାପ୍ତ ଅଧିକାରୀ ଭାର୍ଗବ ନାୟକ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପିଲା ମାନଙ୍କୁ କ୍ୟାରିୟର ଗଠନ ସଂପର୍କରେ ଦିଗଦର୍ଶନ ଦେଇଥିଲେ । BGHଏହିପରି ଅବସରରେ ବୈଜ୍ଞାନିକ ଶ୍ରୀ ଅଗ୍ରୱାଲ ପିଲା ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ଲସ୍ତଲା ହାଇସ୍କୁଲ ସାମିଲ ହୋଇ ବିଦ୍ୟାଳୟର କଳେବର ଅତିସୁନ୍ଦର ହୋଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପିଲାଙ୍କ କ୍ୟାରିୟର ଗଠନ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏଭଳି କାର୍ଯକ୍ରମରେ ଯୋଡ଼ିବା ପାଇଁ ସେ ପରାମର୍ଶ ଦେଇଥିଲେ । ମହାନ ବୈଜ୍ଞାନିକ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ଙ୍କ ସାନ୍ନିଧ୍ୟ ଲାଭ କରିଥିବା ଲସ୍ତଲା ହାଇସ୍କୁଲର ପୂର୍ବତନ ଛାତ୍ର ବୈଜ୍ଞାନିକ ଶ୍ରୀ ଅଗ୍ରୱାଲଙ୍କୁ ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ସ୍ୱାଗତ ଭାଷଣ, ଶିକ୍ଷକ ଇଶ୍ୱର ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ, ଶିକ୍ଷକ ଦେବାନନ୍ଦ ଭୋଇ ଅତିଥି ପରିଚୟ ପ୍ରଦାନ ଏବଂ ଶିକ୍ଷକ ବାବୁଲାଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 
 

  • Log in to post comments
ଲସ୍ତଲା ହାଇସ୍କୁଲରେ ଡ଼ିଆରଡ଼ିଓ ର ବରିଷ୍ଠ ବୈଜ୍ଞାନିକ ପବନ କୁମାର

GANAISTAHAR.COM

-A A +A

Recent content

  • ଲସ୍ତଲା ହାଇସ୍କୁଲରେ ଡ଼ିଆରଡ଼ିଓ ର ବରିଷ୍ଠ ବୈଜ୍ଞାନିକ ପବନ କୁମାର 2 months ago

    ବରଗଡ଼

  • ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ2 months 4 weeks ago

    Ranjitpur

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ6 months ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ6 months ago

    kayakalpa

  • PRESS MEET BJP YUB MORCHA6 months 4 weeks ago

  • ଶତାୟୁଙ୍କ ପରଲୋକ 11 months 3 weeks ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ1 year ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ1 year ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ1 year ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 1 year ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା1 year ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ1 year ago

    Dalit

  • ନବାଗତଙ୍କୁ ସ୍ୱାଗତ 1 year ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ1 year ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?1 year ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ1 year ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ1 year ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ1 year ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି1 year ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି1 year ago

    Kamgaon

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ