Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
Submitted by editor on Tue, 10/18/2022 - 07:23

Ranjitpur(ପାଇକମାଲ) ୧୭/୧୦ – ଆମ ଖାଦ୍ୟ ଥାଳିରେ ପୁଷ୍ଟିଯୁକ୍ତ ଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଏଥିଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶୀକାର ହେଉଛି । ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟ ଥାଳିକୁ ପୁଣି ଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ପାଇକମାଲ ନିକଟ ରଣଜିତପୁରଠାରେ ଅନୁଷ୍ଠିତ ବିଶ୍ୱ ଖାଦ୍ୟ ଦିବସ – ୨୦୨୨ ଅବସରରେ ମତ ପ୍ରକାଶ ପାଇଛି । ଅହିଂସା କ୍ଳବ ପକ୍ଷରୁ ରଣଜିତପୁର ର ପ୍ରାକୃତିକ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଳାର ବିଭିନ୍ନ ଅଂଚଳରୁ ପାଂଚ ହଜାର ଚାଷୀ ଯୋଗ ଦେଇଥିଲେ । ସମାରୋହର ପ୍ରମୁଖ ଆକର୍ଷଣ ଥିଲା ଖାଦ୍ୟ ପ୍ରଦର୍ଶନୀ । Ranjitpurସ୍ଥାନୀୟ ଅଂଚଳର ୮୦ ରୁ ଅଧିକ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ପିଠା ମଣ୍ଡା, ଭଳିକିଭଳି ଶାଗ, ଜଙ୍ଗଲର ଫଳମୂଳ, କନ୍ଦମୂଳ ଜାତୀୟ ଖାଦ୍ୟ, କୁଦୋ, ମାଣ୍ଡିଆ, ସୂଆଁ ଗୁରଜୀ, କାଙ୍ଗୁ ଆଦିରେ ତିଆରି ମିଷ୍ଟାନ୍ନ ଆଦିକୁ ନେଇ ଖାଦ୍ୟ ପସରା କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା । ଏହି ଅବସରରେ ଗନ୍ଧ ମାର୍ଦ୍ଦନ ପର୍ବତରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ମୁଣ୍ଡରେ କୁଦୋ, ମାଣ୍ଡିଆରେ ସୁସଜ୍ଜିତ ମାଟି କଳସୀମାନ  ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । Ranjitpurଅହିଂସା କ୍ଳବର ସଂପାଦକ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଇଜ ଏଗେନ୍‌ଷ୍ଟ ହଙ୍ଗର ଇଣ୍ଡିଆର ନିର୍ଦ୍ଦେଶକ ଡୋଲାମଣି ମହାପାତ୍ର, ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କୃଷି ଅଧବକାରୀ ଅମୀୟ କୁମାର ସାହୁ, ସୋହେଲା ସିଡ଼ିପିଓ ରାସେଶ୍ୱରୀ ସାହୁ, ଜିଲ୍ଳା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ପାଇକମାଲ ସରପଂଚ  ତୁଳାବତୀ ସୁନା, କୃଷକ ନେତା ନାରାୟଣ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସବୁଜ ବିପ୍ଳବ କାରଣରୁ ଆମ ଦେଶରେ ଖାଦ୍ୟ ବିବିଧତାର ଘୋର ଅଭାବ ଦେଖାଦେଇଛି । ବିଶ୍ୱର ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୭ରେ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ପନିବରିବା, ଫଳମୂଳ, ଡ଼ାଲି ଜାତୀୟ ଖାଦ୍ୟ, ଶାଗ, ଜଙ୍ଗଲ ଜାତୀୟ  ଦେଶୀ ଖାଦ୍ୟକୁ ଆପଣେଇବାକୁ ପଡ଼ିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ପ।।ରମ୍ପରିକ ଚାଷ କରୁଥିବା ବିଭିନ୍ନ ଅଂଚଳର ପ୍ରମୁଖ ଚାଷୀଙ୍କୁ  ଖାଦ୍ୟ ବୀର ଭାବରେ ସମ୍ମାନୀତ କରାଯାଇଥିଲା ।
 

  • Log in to post comments
ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ

GANAISTAHAR.COM

-A A +A

Recent content

  • ଲସ୍ତଲା ହାଇସ୍କୁଲରେ ଡ଼ିଆରଡ଼ିଓ ର ବରିଷ୍ଠ ବୈଜ୍ଞାନିକ ପବନ କୁମାର 7 hours ago

    ବରଗଡ଼

  • ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ1 week ago

    Ranjitpur

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ3 months ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ3 months ago

    kayakalpa

  • PRESS MEET BJP YUB MORCHA4 months ago

  • ଶତାୟୁଙ୍କ ପରଲୋକ 9 months ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ9 months 2 weeks ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ10 months ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ10 months ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 10 months ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା10 months ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ10 months ago

    Dalit

  • ନବାଗତଙ୍କୁ ସ୍ୱାଗତ 10 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ10 months ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?10 months ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ10 months ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ10 months 2 weeks ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ10 months 2 weeks ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି10 months ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି10 months ago

    Kamgaon

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ