(ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡି.ଏସ.ପି ନିବେଦିତା ସୋରେନ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଇନ୍ସପେକ୍ଟର ସଦାନନ୍ଦ ପୂଜାରୀ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଉପରେ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ l ନିଶାଦ୍ରବ୍ୟ ସେବନ ର କୁପ୍ରଭାବ ଉପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l
ନିଶା ନିବାରଣ ସଚେତନତା କର୍ମଶାଳା