Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
Submitted by editor on Fri, 10/01/2021 - 19:06

Hrpc(ବରଗଡ଼) ଗଣ ଇସ୍ତାହାର ୦୧/୧୦ - ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ ଟିମ ଆଜି ବରଗଡ଼ରେ ପହଂଚିଛନ୍ତି । ଏହି ଟିମ୍‌ରେ ଅତିରିକ୍ତ ଏସପି ଇତିକା୍‌ତ ମହାପାତ୍ର ଏବଂ ଡିଏସପି ବିଦ୍ୟୁତ ପଣ୍ଡା ରହିଛନ୍ତି । ଏହି ଟିମ ବରଗଡ଼ ଏସପି ଙ୍କ ସହିତ ଆଲୋଚନା କରିବା ପରେ ଟାଉନ ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ସେମାନେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିନାହାନ୍ତି । ଏଚଆରପିସି ଟିମ ମୃତକଙ୍କ ଘରକୁ ଆସିବେ ବୋଲି ଘର ଲୋକଙ୍କୁ ଖବର ଦିଆଯାଇଥିଲା । ମାତ୍ର ଟିମ ତାଙ୍କ ଘରକୁ ଆସି ନଥିବା ମୃତକଙ୍କ ଭାଇ ଜିତେନ କୁମ୍ଭାର କହିଛନ୍ତି । ଏଚଆରପିସି ଟିମ ଆସିଥିବା ଖବରପାଇ ବରଗଡ଼ର କିଛି ଗଣମାଧ୍ୟମ ପ୍ରତିନିଧି ଏସପି ଅଫିସକୁ ଯାଇ ସେମାନଙ୍କ ପ୍ରତିକ୍ରିୟା ମାଗିଥିଲେ । ତେବେ ଗଣମାଧ୍ୟମ ଆଗରେ ସେମାନେ ମୁହଁଖୋଲିବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ରାତିରେ ଟାଉନଥାନା ଅନ୍ତର୍ଗତ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଉଠାଇ ଆଣିଥିଲା । ସକାଳେ ଖେଦାପାଲି ସରକାରୀ ଡାକ୍ତରଖାନାରେ ଗୋବିନ୍ଦଙ୍କୁ ତାଙ୍କର ପରିବାର ଲୋକେ ମୃତ ଅବସ୍ଥାରେ ଦେଖିଥିଲେ । ଗେିବନ୍ଦକୁ ପୋଲିସ ପିଟି ପିଟି ମାରିଦେଇଥିବା ପରିବାରଲୋକେ ଅଭିଯୋଗ କରିଥିଲେ । ମୃତ ଗୋବିନ୍ଦଙ୍କ ସ୍ତ୍ରୀ ଏନେଇ ଟାଉନ ଥାନାରେ ଏକ ଲିଖିତ ଏତାଲା ଦେଇଥିଲେ ମଧ୍ୟ ପୋଲିସ ସେହି ଏତାଲାକୁ ଗ୍ରହଣ କରି ନଥିଲା । ଏହି ଘଟଣାକୁ ନେଇ ବରଗଡ଼ରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମମାଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏଚଆରପିସିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏହି ଘଟଣାରେ ବରଗଡ଼ ଟାଉନ ଥାନାରେ କାର୍ଯ୍ୟରତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ୍ତ ରଖାଯାଇଛି ।

  • Log in to post comments
ବରଗଡ଼ ହାଜତ ମୃତ୍ୟୁ ଘଟଣା : ମୃତକଙ୍କ ଘରକୁ ଗଲେନାହିଁ ଏଚଆରପିସି ଟିମ୍‌

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ3 hours ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ1 day ago

    kayakalpa

  • PRESS MEET BJP YUB MORCHA2 weeks ago

  • ଶତାୟୁଙ୍କ ପରଲୋକ 5 months 1 week ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 3 weeks ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 1 week ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 1 week ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months ago

    Dalit

  • ନବାଗତଙ୍କୁ ସ୍ୱାଗତ 6 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months 2 weeks ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months 2 weeks ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months 2 weeks ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months 2 weeks ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months 2 weeks ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 3 weeks ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 3 weeks ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 3 weeks ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months 3 weeks ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ