Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
Submitted by editor on Wed, 09/29/2021 - 22:42

Police(ବରଗଡ଼) ଗଣ ଇସ୍ତାହାର ୩୦ /୦୯ -  ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାର ଛଅ ଦିନ ବିତିଗଲାଣି । ମାତ୍ର ଘଟଣାର ରହସ୍ୟ ଉପରେ ଏଯାଏଁ ପରଦା ଉଠି ପାରିନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ତୋରା ଗାଁର ଜାଣ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ ବରଗଡ଼ ପୋଲିସ ପିସିଆର ଭେନରେ ଉଠାଇ ଆଣିଥିଲେ । ପରଦିନ ସକାଳେ ତାଙ୍କର ମୃତ ଦେହ ଖେଦାପାଲି ସରକାରୀ ଡାକ୍ତରଖାନାରେ ଦେଖବବାକୁ ମିଳିଥିଲା । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ପକ୍ଷରୁ ଏହି ଘଟଣାର ପ୍ରତିବାଦରେ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ତୋରା ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟିଥିଲେ । କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ତୋରା ଗାଁକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଜିଲ୍ଳାର ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗୋବିନ୍ଦଙ୍କ ଅପରାଧ କେତେ ସଙ୍ଗୀନ ଥିଲା? କଣ ପାଇଁ ରାତି ଅଧିଆ ଉଠାଇ ନିଆଗଲା ? ହାଜତରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିବା ଗୋବିନ୍ଦଙ୍କ ପରିବାର ଲୋକଙ୍କୁ କାହିଁକି ଖବର ଦିଆଗଲା ନାହି? ବରଗଡ଼ ପୁରୁଣା ଡ଼ାକ୍ତରଖାନାରେ ଗୋବିନ୍ଦଙ୍କ କଣ ଚିକିତ୍ସା ହୋଇଥିଲା ଏହିପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ସବୁଠାରୁ ବଡ଼ ପ୍ରଶ୍ନ ହେଲା ଦୁଇ ମାସ ଆଗରୁ ଗୋବିନ୍ଦ ଯେଉଁ ମାମଲାରେ ସଂପୃକ୍ତ ଥିଲେ ପୋଲିସ କାହିଁକି ତାହାର ବିସ୍ତୃତ ବିବରଣୀ ଦେଉନାହିଁ ।  ଷ୍ଟେସନ ପଡ଼ାରେ ଘଟିଥିବା ଘଟଣା କେଉଁ କାରଣରୁ ହୋଇଥିଲା ? କାହା ନିର୍ଦ୍ଦେଶରେ ବା ଚାପରେ ପୋଲିସ ରାତି ଅଧିଆ ଗୋବିନ୍ଦକୁ ଉଠାଇ ଆଣିଲା? ଟାଉନଥାନାର ସମସ୍ତ ଅଧିକାରୀଙ୍କ ସମେତ ଯେଉଁ ପୋଲିସମାନେ ଗୋବିନ୍ଦକୁ ରାତିରେ ଉଠାଇ ଆଣିଥିଲେ ସେମାନଙ୍କ କଲ ରେକର୍ଡ଼ ମଧ୍ୟ ଯାଂଚ କରାଯିବାର ଆବଶ୍ୟକକତା ରହିଛି ବୋଲି କିଛି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।  ସେହିପରି ମୃତଦେହର ପଛପଟ ପିଚା, ପିଠି ଏବଂ ଅନ୍ୟ ଅଂଶ କଳା ପଡ଼ିଯାଇଥିଲେ ମଧ୍ୟ ଇନକ୍ୱେଷ୍ଟ ରିପୋର୍ଟରେ ତହା କାହିଁକି ଉଲ୍ଲେଖ କରାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି । 
 

  • Log in to post comments
ବରଗଡ଼ ପୋଲିସ କାହିଁକି ନିରବ ?

GANAISTAHAR.COM

-A A +A

Recent content

  • ଲାଉନସରାର ସଫଳ ଚାଷୀ ତେଜରାଜ ନାୟକ4 hours ago

    tejraj

  • ସ୍ୱଚ୍ଛ ଭାରତ ଅଭିଯାନ ବରଗଡ଼ରେ କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ1 day ago

    kayakalpa

  • PRESS MEET BJP YUB MORCHA2 weeks ago

  • ଶତାୟୁଙ୍କ ପରଲୋକ 5 months 1 week ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 3 weeks ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ6 months 1 week ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ6 months 1 week ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 6 months ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା6 months ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ6 months ago

    Dalit

  • ନବାଗତଙ୍କୁ ସ୍ୱାଗତ 6 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months 2 weeks ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months 2 weeks ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months 2 weeks ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months 2 weeks ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months 2 weeks ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 3 weeks ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 3 weeks ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 3 weeks ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months 3 weeks ago

    Dda

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ