Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
  • ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ
Submitted by editor on Sun, 06/13/2021 - 12:39

Ganga(ଅତାବିରା) ଗଣ ଇସ୍ତାହାର ୧୩/୦୬ – ବରଗଡ଼ ଜିଲ୍ଳା ଅତାବିରା ଥାନା ଦେବାହାଲ ଗ୍ରାମର ବରିଷ୍ଠ ଚାଷୀ ନେତା ଗଙ୍ଗା ପ୍ରସାଦ ବେହେରାଙ୍କ  ୬୮ ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି । ସେ ଗତ କିଛି ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ବରଗଡ଼ ଜିଲ୍ଳାରେ ସମତା ଭବନକୁ କେନ୍ଦ୍ର କରି ଗଢି ଉଠିଥିବା କୃଷକ ସଙ୍ଗଠନର ସେ ଜଣେ ଆଗଧାଡ଼ିର ସଙ୍ଗଠକ ଭାବରେ ଆଜୀବନ ସକ୍ରିୟ ଥିଲେ । କୃଷକ ସଙ୍ଗଠନର ବିଭିନ୍ନ ଆନ୍ଦୋଳନରେ ତାଙ୍କର ସଂପୃକ୍ତି ରହିଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ କୃଷକଙ୍କ ଅଧିକାରକୁ ନେଇ ଅନୁଷ୍ଠିତ ସମାବେଶ ଏବଂ କାର୍ଯ୍ୟକ୍ରମ ମାନଙ୍କରେ ସେ ଯୋଗଦେିଥିଲେ । ରେଙ୍ଗାଲିକେମ୍ପ ଟ୍ରାକ୍ଟର ଆନ୍ଦୋଳନ, ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆ ଏøତିହାସିକ ଚାଷୀ ସମାବେଶ, ହୀରାକୁଦ ପାଣି ଆନ୍ଦୋଳନ, ଧାନର ଅଭାବି ବିକ୍ରୀ ବିରୋଧରେ ଧାରଣା, ଜେଲ ଭରୋ, ଆଇନ ଅମାନ୍ୟ ଆନ୍ଦୋଳନ ଆଦିରେ ସେ ସାମିଲ ଥିଲେ । ଦେବାହାଲ, କଳାପାଣି, ଅତାବିରା ଆଦି ସ୍ଥାନରେ ଚାଷୀ ସମସ୍ୟା ତଥା ଧାନର ଅଭାବୀ ବିକ୍ରୀ ପ୍ରତିବାଦରେ ହୋଇଥିବା ଏøତିହାସିକ ରାସ୍ତାରୋକୋ ଆନ୍ଦୋଳନରେ ସାମିଲ ହୋଇଥିଲେ । ଗାଁ ଏବଂ ପରିବାର କୁ ଏକତା ସୂତ୍ର ରେ ବାନ୍ଧି ଥିଲେ । ନିତିନିଷ୍ଠ ତଥା ଜଣେ ଶାନ୍ତ ସରଳ ମେଳାପି ବ୍ୟକ୍ତି ଭାବରେ ସବୁ ମହଲରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ମୁଖ୍ୟତଃ ଚାଷୀ ପରିବାରର ଯୁବକ ମାନଙ୍କୁ ସଂଙ୍ଗଠନରେ ସାମିଲ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ସମାଜବାଦୀ ନେତା କିଶନ ପଟ୍ଟନାୟକ, ଯୋଗେନ୍ଦ୍ର ଯାଦବ, ମହେନ୍ଦ୍ର ସିଂ ଟିକାୟତ ପ୍ରମୁଖଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ । ତାଙ୍କର ଦେହାନ୍ତ ଖବର ପାଇବା ପରେ ସଙ୍ଗଠନରେ ଶୋକ ପ୍ରକାଶ ପାଇଛି । ଚାଷୀନେତା ଲିଙ୍ଗରାଜ, ଜୟ କିଷାନ ଆନ୍ଦୋଳନ ବରଗଡ଼ ଜିଲ୍ଳା ସଂପାଦକ ହର ବଣିଆ, କିଶୋର ସାହୁ, ସୁରେନ୍ଦ୍ର ମେହେର, ସୀତାରାମ ମେହେର ପ୍ରମୁଖଙ୍କ ସମେତ ସଙ୍ଗଠନର କର୍ମୀମାନେ ତାଙ୍କର ଶେଷଦର୍ଶନ କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।  ସେ ତାଙ୍କ ପଛରେ ପୁଅ କେଶବ ଓ ଦୁଇ ଝିଅଙ୍କୁ ଛାଡ଼ି ଯାଇଛନ୍ତି ।
 

  • Log in to post comments
ବରିଷ୍ଠ ଚାଷୀନେତା ଗଙ୍ଗା ପ୍ରସାଦ ବେହେରାଙ୍କ ଦେହାନ୍ତ

GANAISTAHAR.COM

-A A +A

Recent content

  • PRESS MEET BJP YUB MORCHA1 day ago

  • ଶତାୟୁଙ୍କ ପରଲୋକ 4 months 3 weeks ago

    ବରଗଡ

  • ବରଗଡ଼ : କୋଭିଡ଼ ତଥ୍ୟରେ ବଡ଼ ଧରଣର ତୃଟୀ5 months 1 week ago

    Sarla

  • ଦେବାହାଲ ଜହ୍ନ।ପଡ଼ା ରାସ୍ତାର ଶିଳାନ୍ୟାସ5 months ago

    ବରଗଡ଼

  • ଗଣଇସ୍ତାହାରର ବରିଷ୍ଠ ସାମ୍ବାଦିକ ବିଜୟ ଦାଶଙ୍କ ଦେହାନ୍ତ5 months ago

    ବିଜୟ ଦାଶ

  • ନିଶା ନିବାରଣ ସଚେତନତା କର୍ମଶାଳା 5 months 3 weeks ago

    (ବରଗଡ) ଗଣଇସ୍ତାହାର ୧୭/୧୨ - ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚାୟତ କଲେଜ ପରିସରରେ ନିଶା ନିବାରଣ ସଚେତନତା କର୍ମଶାଳା  ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହ

  • ପେଟ୍ରୋଲ ପମ୍ପ ରେ କାମ କରୁଛନ୍ତି ମହିଳା5 months 3 weeks ago

    BGH

  • ପଶ୍ଚିମ ଓଡ଼ିଶାରୁ ପାଂଚ ଜଣଙ୍କୁ ଫେଲୋସିପ ପ୍ରଦାନ5 months 3 weeks ago

    Dalit

  • ନବାଗତଙ୍କୁ ସ୍ୱାଗତ 5 months ago

    ଭେଡେନ

  • କୁରୁମକେଲ ରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ6 months ago

    BGH

  • ଆର ଏମ ସି କର୍ମଚାରୀ ଙ୍କୁ କ୍ଲିନଚିଟ ?6 months ago

    BGH

  • ମାଣ୍ଡୋସିଲ ମଣ୍ଡିରୁ ୮୧ ବସ୍ତା ଧାନ ଜବତ6 months ago

    Mandosil

  • ବରଗଡ଼ ଧନୁଯାତ୍ରା ସ୍ଥଗିତ6 months ago

    ଧନୁଯାତ୍ରା

  • ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ପାଳିତ6 months ago

    BGH

  • ଚର୍ଚ୍ଚାରେ ଚିତ୍ତ ଭାଗିରଥି6 months 1 week ago

    Chitta

  • କମଗାଁ ହଷ୍ଟେଲର ୧୯ ଅନ୍ତେବାସୀ ଡ଼ାକ୍ତରଖାନାରେ ଭର୍ତ୍ତି6 months 1 week ago

    Kamgaon

  • ୪୬ ମଣ୍ଡିରେ ନିଲ୍‌, ଧାନ ବିକ୍ରି କୁ ନେଇ ଦୋଛକିରେ ଚାଷୀ , 6 months 1 week ago

    PADAMPUR

  • ଧନ୍ୟ ସେ ଇଞ୍ଜିନିଅର !6 months ago

    Dda

  • ମୃତ୍ୟୁ ପରେ ନେତ୍ର ଦାନ6 months ago

    BGH

  • ଗୈାରେନମୁଣ୍ଡାରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦ, ୧୪୪ ଧାରା ଜାରି6 months ago

    BGH

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ