Skip to main content

User account menu

Show — User account menu Hide — User account menu
  • Log in
Home

ମୁଖ୍ୟ ସୂଚୀ

Show — ମୁଖ୍ୟ ସୂଚୀ Hide — ମୁଖ୍ୟ ସୂଚୀ
  • Home
Submitted by editor on Tue, 03/23/2021 - 12:44

BGH(ବରଗଡ଼) ଗଣଇସ୍ତାହାର ୨୩/୦୩ – ବରଗଡ଼ର ବର୍ଷିଆନ ଲେଖିକା ଅରୁନ୍ଧତୀ ପାତ୍ର(ଅରୁଅପା)ଙ୍କ ସୋମବାର ରାତିରେ ବରଗଡ଼ର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦୀନ ହେବ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଦସ୍ୱବଦିନ ଆଗରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସର୍ବୋଦୟ ନେତା ଅଲେଖ ପାତ୍ରଙ୍କ ବଡ଼ ଝିଅ ଅରୁନ୍ଧତୀ ଛୋଟ ଦିନରୁ ବହୁ ସ୍ୱାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ତଥା ସର୍ବୋଦୟ କର୍ମୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କଠାରୁ ପ୍ରେରଣା ଲାଭ କରି ଆରମ୍ଭରୁ ଶେଷ ଜୀବନ ପର୍ଯ୍ୟନ୍ତ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସରଳ ଏବଂ ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ ।  ସମ୍ବଲପୁର ଜିଲ୍ଳାର କଦଳୀଗଡ଼ ଏବଂ କଟାପାଲି ହାଇସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ଭାବରେ ଦୀର୍ଘ ବର୍ଷ ଶିକ୍ଷାଦାନ କରିବା ପରେ ଭିଆରଏସ ନେଇଥିଲେ । ତାଙ୍କ ଦ୍ୱାରା ଲିଖିତ ଅନେକ ମୌଳିକ ପ୍ରବନ୍ଧ ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଦର୍ଶକୁ ଉତ୍ତର ପିଢୀଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ନେଇ ସେ ଅନେକ ପୁସ୍ତକ ରଚନା କରି ଯାଇଛନ୍ତି । BGHସେ ତାଙ୍କ ପଛରେ ଏକମାତ୍ର ପୁଅ ସାମାଜିକ କର୍ମୀ ଅମିତାଭ ପାତ୍ର, ଦୁଇଭଉଣୀ ଅଧ୍ୟାପିକା ସେବାଶ୍ରୀ ଓ ଅର୍ଚ୍ଚନା, ଭଉଣୀ ଜ୍ୱାଇଁ ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ଏବଂ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି । ସେ ସ୍ୱଭାବରେ ଅତ୍ୟନ୍ତ ସ୍ନେହୀ, ମିଷ୍ଟଭାଷୀ ଏବଂ ଅତିଥି ବତ୍ସଳ ଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।  ତାଙ୍କର ମରଶରୀର ବରଗଡ଼ କଲେଜରୋଡ଼ସ୍ଥିତ ବାସଭବନକୁ ପହଂଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଆଜି ସକାଳେ ବରଗଡ଼ ଜୀରାନଦୀକୂଳ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ସମାଜସେବୀ, ଲେଖକ, ବୁଦ୍ଧିଜୀବୀ, ସାମାଜିକ ଓ ରାଜନୈତିକ କର୍ମୀ ସାମିଲ ହୋଇଥିଲେ ।                 
 

  • Log in to post comments
ଲେଖିକା ଅରୁନ୍ଧତୀ ପାତ୍ରଙ୍କ ଦେହାନ୍ତ

GANAISTAHAR.COM

-A A +A

Recent content

  • ବରଗଡ଼ରେ ଟିକା ଅଭାବରୁ ବନ୍ଦ ହେଲା ଟିକାଦାନ କେନ୍ଦ୍ର1 hour 49 minutes ago

    tika

  • କେତେ ଭରସାଯୋଗ୍ୟ କୋଭିଡ଼ ହସପିଟାଲ ?19 hours ago

    bgh

  • ବରଗଡରେ ଆମ୍ବେଦକର ଜୟନ୍ତୀ ପାଳିତ 1 day ago

    bgh

  • ଏତେ କୁତୁକୁତୁ କାହିଁକି ?2 days ago

    bgh

  • ବରଗଡ଼ର ଗତି କୁଆଡ଼େ ?2 days ago

    bgh

  • ବିଜେପିର ପୋଷ୍ଟରକୁ ନେଇ ଚର୍ଚ୍ଚା3 days ago

    bgh

  • ଭଟଲି ରେ କୃଷି ମେଳା ଓ ପ୍ରଦର୍ଶନୀ ଆରମ୍ଭ1 week ago

    ଭଟଲି

  • ଦୁଇ ଥର ଟିକା ନେବା ପରେ କରୋନା ପୋଜିଟିଭ1 week ago

    BGH

  • ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ 2 weeks ago

  • ପଦ୍ମପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ 2 weeks ago

  • ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳାଫଳ ଅନିଶ୍ଚିତ 2 weeks 6 days ago

    BGH

  • ଭଟଲି ଶ୍ୟାମ ମନ୍ଦିର କମିଟିକୁ ୩୦ ହଜାର ଟଙ୍କା ଜୋରିମାନା କଲା ପ୍ରଶାସନ2 weeks ago

    BGH

  • ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୫/0୩ - ସ୍ଥାନୀୟ ରିକ୍ରିଏସନ ସେଣ୍ଟର ସ୍ଥିତ ରଙ୍ଗମହଲରେ ବୋରାସମ୍ବର କଲଚରାଲ ଫୋରମ ତରଫରୁ ଦ୍ଵିତୀୟ ବୋରାସମ୍ବର ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଫୋରମର ସଭାପତି ଶ୍ରୀ ମନ

  • ତେଜରାମ ଭୁଏଙ୍କ ପରଲୋକ 3 weeks ago

    ବରଗଡ

  • କରୋନା ଟୀକା ନେବାରୁ ବଂଚିତ ହେଲେ ଯଶୋଦା3 weeks ago

    BGH

  • ଗୁରୁ ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 3 weeks ago

    (ବରଗଡ) ଗଣ ଇସ୍ତାହାର ୨୩/0୩ - ଆସନ୍ତା ୨୮ ତାରିଖରେ ବରଗଡ  ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବ ର ପ୍ରସ୍ତୁତି ବୈଠକ ସଭାପତି ମୋହନ ସା

  • ଲେଖିକା ଅରୁନ୍ଧତୀ ପାତ୍ରଙ୍କ ଦେହାନ୍ତ3 weeks ago

    BGH

  • "ଗାନ୍ଧୀଙ୍କ ଓଡିଶା" ଉପରେ ସାମ୍ବାଦିକ ସମ୍ମିଳନୀ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୩/0୩ - ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ଫୁର୍ତ୍ତି ଅବସରରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ

  • ଅଞ୍ଚଳ ମହାବିଦ୍ୟାଳୟ ରେ "ମୋ କଲେଜ ଅଭିଯାନ" ର ଶୁଭାରମ୍ଭ 3 weeks ago

    (ପଦ୍ମପୁର) ଗଣ ଇସ୍ତାହାର ୨୨/0୩ - ସ୍ଥାନୀୟ ଅଚଂଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭିଡିଓ କନଫ୍ରେନସ ମାଧ୍ୟ

  • ମୋ କଲେଜ ଅଭିଯାନ ର ଶୁଭାରମ୍ଭ 3 weeks ago

    Godbhaga

Tools

Show — Tools Hide — Tools
  • Forums
  • Recent content

Search

ଗଣଇସ୍ତାହାର

Show — ଗଣଇସ୍ତାହାର Hide — ଗଣଇସ୍ତାହାର
  • Contact

ଗଣଇସ୍ତାହାର

Home
ଗଣଇସ୍ତାହାର
ସତ୍ୟର ଅନୁସନ୍ଧାନ