(ସୋହେଲା) ଗଣ ଇସ୍ତାହାର ୨୮/0୨ - ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ଖରନିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମହାନନ୍ଦ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟରେ ସେ ଦୀର୍ଘ ୧୯ ବର୍ଷ ଧରି ଶିକ୍ଷକତା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ ଙ୍କ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବରେ ସୋହେଲା ବ୍ଲକ ଚେୟାରମ୍ୟାନ୍ ଜୀବର୍ଦ୍ଧନ ବରିହା,ସମ୍ମାନିତ ଅତିଥି ଭାବେ ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଦୁଖୀଶ୍ଯାମ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ଦେବତା,ନେପାଳ ପଧାନ, ଉପସ୍ଥିତ ଥିଲେ। ଅତିଥି ପରିଚୟ ଶ୍ରୀବତ୍ସ ସାହୁ, ଉଦ୍ଦେଶ୍ୟ ଜ୍ଞାପନ ବାଳମୁକୁନ୍ଦ ବାରିକ ତଥା ତୁଷାର କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଗ୍ରାମ ବାସୀ ବିଦାୟୀ ଶିକ୍ଷକ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା ରେ ଗ୍ରିଞ୍ଜାଲ ଗ୍ରାମ କୁ ଶୋଭାଯାତ୍ରା ରେ ଯାଇ ତାଙ୍କ ବାସଭବନରେ ଛାଡି ଥିଲେ। ନିକଟରେ ଏହି ବିଦ୍ୟାଳୟଟି ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶିଯାଇଛି। ଏଥର ଏହି ଖରନିଆ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପାଇଛନ୍ତି। ଏହି ସଭାରେ ଗ୍ରାମ ବାସୀ ଏହି ବିଦ୍ୟାଳୟକୁ ନ ଉଠାଇବାକୁ ସରକାର ଙ୍କ ଠାରେ ଦାବି କରିଛନ୍ତି। ଏହି ସଭାରେ ବହୁ ଅବସରପ୍ରାପ୍ତ ଶିକ୍ଷକ ଏବଂ କାର୍ଯରତ ଶିକ୍ଷକ ଶିକ୍ଷଯିତ୍ରୀ,ଗ୍ରାମ ବାସୀ ଉପସ୍ଥିତ ଥିଲେ।
ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ