(ପଦ୍ମପୁର) ଗଣ ଇସ୍ତାହାର ୨୬/0୨ - ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇ ଡି. ଇ. ସି ଓ ଅଳକଜଏଣ୍ଡୋଲ ବଟିକା ସେବନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସାର୍ବଜନୀନ ବାତଜ୍ଵର ଔଷଧ ଦିବସ ୨୫ ଫେବୃଆରୀ ଠାରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ଦିବସ ଗୁଡିକରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବେଛାସେବୀ କର୍ମୀ ମାନେ ଘରକୁ ଘର ବୁଲି ଔଷଧ ର ଗୋଟିଏ ମାତ୍ରା ସେବନ କରାଇବେ l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଅଂଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
ଫ୍ୟାଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ