ସୋହେଲା (ଗଣଇସ୍ତାହାର) ୧୭/0୨ -ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ କୋଭିଡ ଗାଇଡ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସରସ୍ବତୀ ପୂଜା ଦିନ ଠାରୁ ତିନି ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇ ଥାଏ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଗ୍ରାମ ର ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଗହକି ବାରିକ, ନରସିଂହ ଭୋଇ,ବିପିନ ବିହାରୀ ସାହୁ, ଗଣେଶ ରାମ ବେହେରା,ରାଜେନ୍ଦ୍ର ପଧାନ ଯୋଗ ଦେଇ ଥିଲେ।ସମସ୍ତ ଶିକ୍ଷକ ଙ୍କୁ ଗୁରୁ ଶ୍ରୀ ସମ୍ମାନ ପ୍ରଦାନ କରି ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବତନ ଶିକ୍ଷକ ମାନେ ସେମାନଙ୍କ ଅତୀତ ର ଅନୁଭୂତି କୁ ବକ୍ତବ୍ଯ ରେ ପ୍ରଦାନ କରିଥିଲେ। ଏହି ଅବସରରେ ବାଷିକ ପତ୍ରିକା 'ଦଇନି' ଏବଂ କବି ରୋହିତ ମେହେର ଙ୍କ ଗୀତ 'ଲହଡା' ବହି ଉନ୍ମୋଚିତ ହୋଇଥିଲା। କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ସୁଶାନ୍ତ ସାହୁ ଅତିଥି ପରିଚୟ, ଅଧ୍ୟାପକ ଜଗଦୀଶ ସାହୁ ଉଦ୍ଦେଶ୍ୟଜ୍ଞାପନ ଏବଂ କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କୁମର ମେହେର ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ। ଏହା ପରେ ଡୁମେରପାଲି ର କବି ସୁଶାନ୍ତ ସାହୁ ତାଙ୍କ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ଫକୀର ଭୁଏ, ବ୍ରହ୍ମନନ ସୁଇ, ନରେନ୍ଦ୍ର ସୁଇ, ମହେନ୍ଦ୍ର ସା, ସୁଦାମ ସାହୁ, ସୌରଭ ସାହୁ, ପୁଷ୍ପରଂଜନ ମେହେର ଟେକଚାନ୍ଦ ମେହେର, ବାଳକୃଷ୍ଣ ଧୀବର, ଭୁବନେଶ୍ବର ମେହେର ଭୁପେନ ସାହୁ,ହଲଧର ମେହେର ପରିଚାଳନା କରିଥିଲେ।
ବସନ୍ତ ମହୋତ୍ସବ